ଡାକ୍ତରଙ୍କ କ୍ଲାସ୍ ନେଲେ ଜିଲ୍ଲାପାଳ : ଆକ୍ରାନ୍ତ ଶିଶୁଙ୍କ ପାଇଁ ବ୍ୟବସ୍ଥା ନାହିଁ କହି ରେଫର କରୁଥିଲେ

  • ପାଞ୍ଚ ମାସର ଶିଶୁ କନ୍ୟାକୁ କରୋନା
  • ଚିକିତ୍ସା ପାଇଁ ୱାଡରୁ ୱାଡ ବୁଲୁଥିଲେ ପରିବାର ଲୋକ
  • ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ

ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ଶିଶୁ କନ୍ୟାକୁ କରୋନା ସଂକ୍ରମଣ । ବଲାଙ୍ଗିରର ଜଣେ ପାଂଚ ମାସର ଶିଶୁକନ୍ୟା କରୋନା ସଂକ୍ରମିତ ଥିବା ହୋଇଥିବା ଜଣାପଡିଛି । ତିନିଦିନ ହେଲା ଝିଅର ଜ୍ୱର ଛାଡୁନାହିଁ । ତେଣୁ ଝିଅକୁ ଚିକିତ୍ସା ପାଇଁ ବାରମ୍ବାର ହସପିଟାଲ ଦଉଡ଼ୁଥିଲେ ପରିବାର ଲୋକେ । ହେଲେ ଛୋଟ ଛୁଆ ପାଇଁ ଏଠାରେ ବ୍ୟବସ୍ଥା ନାହିଁ ବୋଲି କହି ଫେରାଇ ଦେଉଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଶିଶୁ କନ୍ୟାର ଚିକିତ୍ସା ଆରମ୍ଭ ହୋଇଛି ।

କାହାକୁ ଛାଡୁନି କରୋନା । ପିଲାଟୁ ବୁଢା ସମସ୍ତେ କରୋନା ସଂକ୍ରମଣର ଶିକାର ହେଉଛନ୍ତି। ଗତ ଗତ ୧୯ ତାରିଖ ଦିନ ବଲାଙ୍ଗିର ସହର ଜଗନ୍ନାଥ ପଡାର ଜଣେ ପାଂଚ ମାସର ଶିଶୁକନ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ହେବା ପରଠାରୁ ପରିବାର ଲୋକ କୁନି ଝିଅକୁ ଧରି ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଦଉଡ଼ୁଛନ୍ତି । ହେଲେ ଚକିତ୍ସା କରିବା ପରିବର୍ତ୍ତେ ଡାକ୍ତରମାନେ ଏ ୱାର୍ଡରୁ ସେ ୱାର୍ଡକୁ କେବଳ ରେଫର କରୁଥିଲେ କିନ୍ତୁ କେହି ଚିକିତ୍ସା କରୁନଥିଲେ । ଆଜି ପୁଣିଥରେ ଝିଅକୁ ଧରି ହସପିଟାଲକୁ ଆସିଥିବା ବେଲେ ଏଠାରେ କରୋନା ଆକ୍ରାନ୍ତ ଛୋଟ ଛୁଆଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ କହି ବୁର୍ଲାକୁ ରେଫର କରିଥିଲେ ଡାକ୍ତର ।

ଏହି ସମୟରେ ସରପ୍ରାଇଜ ଭିଜିଟରେ ପହଞ୍ଚିଥିଲେ ଜିଲ୍ଲାପାଳ ଚଂଚଳ ରାଣା । ଅନ୍ୟଉପାୟ ନପାଇ ଆକ୍ରାନ୍ତ ଶିଶୁକନ୍ୟାର କାକା ସିଧାସଲଖ ଜିଲ୍ଲାପାଳଙ୍କ ନିକଟରେ ଝିଆର ଚିକିତ୍ସା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ମେ ବଲାଙ୍ଗିର ଏସ.ଏନ.ସି.ୟୁରେ ଝିଅର ଚିକିତ୍ସା କରେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆବଶ୍ୟକ ହେଲେ କଟକ ଶିଶୁଭବନ ପଠାଯାଇ କୁନି ଝିଅର ଉତ୍ତମ ଚିକିତ୍ସା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

You might also like