ସମୁଦ୍ରରେ ଡଙ୍ଗା ବୁଡ଼ି ୬ ନିଖୋଜ
ବାଲେଶ୍ୱର : ସମୁଦ୍ରକୁ ମାଛ ମାରିବାକୁ ଯାଇ ୬ ଜଣ ନିଖୋଜ। ବାଲେଶ୍ୱର ଜିଲ୍ଲା ଭୋଗରାଇ କୀର୍ତ୍ତନିଅା ଜେଟିରୁ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ।୨ଟି ଭୁଟ୍ଭୁଟିରେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାହା ବୁଡ଼ି ଯାଇଥିବା ଜଣାପଡ଼ିଛି।
ଏହା ପରେ ପହଁରି ପହଁରି ୧୧ ଜଣ ଜେଟିକୁ ଫେରିଛନ୍ତି। ଏବେ ୬ ଜଣଙ୍କ ପତ୍ତା ମିଳୁ ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କ ଖୋଜାଖୋଜି କରାଯାଉଛି। ଜିଲ୍ଲା ସଦର ମହକୁମାରୁ ଏକ NDRF ଟିମ୍ ମଧ୍ୟ ଅାସିଛନ୍ତି।