• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା।

ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍‌ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ ଚେଷ୍ଟା କରିଥିଲା। ଏହି ପ୍ରକ୍ରିୟାରେ କୋଷ୍ଟଗାର୍ଡର ଜାହାଜ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଏହା ଦେଖି କୋଷ୍ଟଗାର୍ଡ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା। ପରେ ଡଙ୍ଗାଟି ଅଟକିବାରୁ ସେଥିରେ ଜଣେ ବ୍ୟକ୍ତି ଆହତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ କୋଷ୍ଟଗାର୍ଡ ଟିମ୍। ତୁରନ୍ତ ତାଙ୍କୁ ପାରାଦୀପ ପୋର୍ଟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଘଟଣାକୁ ନେଇ କୋଷ୍ଟଗାର୍ଡ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଏହି ଘଟଣାରେ ମତ୍ସ୍ୟଜୀବୀ ଥିବା ଡଙ୍ଗାକୁ ଅଟକ ରଖିଛି ରାଜନଗର ବନଖଣ୍ଡ। ଡଙ୍ଗାରେ ଥିବା ଆଉ ୮ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି।

ଗହିରମଥାର ନିଷିଦ୍ଧାଞ୍ଚରେ ଡଙ୍ଗା ଚଳାଚଳ ଉପରେ କଟକଣା ଜାରି କରାଯାଇଛି।  ଏହାସତ୍ତ୍ୱେ ଏମାନେ ଡଙ୍ଗା ନେଇ ଉକ୍ତ ଅଞ୍ଚଳକୁ ଯାଇଥିଲେ ବୋଲି ରାଜନଗର ବନଖଣ୍ଡ ଏସିଏଫ୍ ଶ୍ରୀରାମପଦ ଅରବିନ୍ଦ ମିଶ୍ର ସୂଚନା ଦେଇଛନ୍ତି।

Fishermans-body-recovered-from-paradip-sea-coast-guard-orders-board-of-enquiry-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories