ଜୀବନ ଜୀବିକାକୁ ନେଇ ଚିନ୍ତାରେ ଚିଲିକା ମତ୍ସ୍ୟଜୀବୀ

ଭୁବନେଶ୍ୱର: ବାତ୍ୟା ‘ଫୋନି’କୁ ୧୧ ଦିନ ବିତିଲାଣି। ପ୍ରଳୟଙ୍କାରୀ ‘ଫୋନି’ ପ୍ରଭାବରେ ସବୁ କିଛି ଛାରଖାର ହୋଇଯାଇଛି। ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି।

ବିଶେଷ କରି ମତ୍ସ୍ୟଜୀବୀ ପରିବାର ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଅଣଚାଷ ପବନ ଆସି ସେମାନଙ୍କ ଡଙ୍ଗା ଭାଙ୍ଗି ଦେବା ସହ ଜାଲ ମଧ୍ୟ ଉଡ଼ାଇ ନେଇଛି। ଫଳରେ ଏବେ ସବୁ କିଛି ହରାଇ  ମୁଣ୍ଡରେ ହାତ ଦେଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବାତ୍ୟା କ୍ଷତିଗ୍ରସ୍ତ।

କେମିତି ଗୁଜରାଣ ମେଣ୍ଟାଇବେ ଓ କେମିତି ଘର ଚଳାଇବେ ସେ ଚିନ୍ତା ଏବେ କୃଷ୍ଣପ୍ରସାଦ ସମେତ ମିର୍ଜାପୁର, ରାୟପୁର, ଗବକୁଣ୍ଡସ ସାନପାଟଣା ଏବଂ ଅରଖକୁଦ ଆଦି ଗାଁର ଲୋକଙ୍କୁ ଘାରିଛି।

You might also like