ଡଙ୍ଗା ଓଲଟି ମତ୍ସ୍ୟଜୀବୀ ନିଖୋଜ

କୋଣାର୍କ: ଜୁଆର ମାଡ଼ରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଣାର୍କ ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ନିଖୋଜ ଥିବା ମତ୍ସ୍ୟଜୀବୀ ଜଣଙ୍କର ନାମ ନିରଞ୍ଜନ ବେହେରା। ସେ ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଢେଉ ମାଡ଼ରେ ଡଙ୍ଗା ଓଲଟି ପଡିଥିଲା।

ଭୁବନେଶ୍ୱରରୁ ଓଡ୍ରାଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ନିରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ।

You might also like