ବାତ୍ୟା ଅମ୍ପନ କ୍ଷୟକ୍ଷତିର ପ୍ରଥମ ପର୍ଯ୍ୟାୟ ରିପୋର୍ଟ ପ୍ରକାଶ କଲେ ସରକାର

ଭୁବନେଶ୍ୱର: ବାତ୍ୟା ଅମ୍ପନ କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପ୍ରାଥମିକ ଆକଳନରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାତ୍ୟାରେ ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ କ୍ଷତି ହୋଇଛି। ରାଜ୍ୟର ୧୦ଟି ଜିଲ୍ଲା ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।

ସେହିଭଳି ୯୨ ବ୍ଲକର ୯୮୩୩ ଗାଁ, ୨୨ ପୌରାଞ୍ଚଳର ୨୭୨ ୱାର୍ଡ  ମଧ୍ୟ ବାତ୍ୟା ଦ୍ୱାରା  ପ୍ରଭାବିତ ହୋଇଛନ୍ତି। ଏଥିରେ ମୋଟ ୪୪ ଲକ୍ଷ ୪୪ ହଜାର ୮୯୬ ଲୋକ ପ୍ରଭାବିତ ହୋଇଛନ୍ତି।
୫ଶହ ଘର ସଂପୂର୍ଣ୍ଣ ଭାଙ୍ଗିଛି। ୧୫ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଏଥିସହିତ ବାତ୍ୟା ଅମ୍ପନରେ ପଶୁପକ୍ଷୀ ଜୀବନ ବି ଯାଇଛି। ୨୮ ବଡ଼ ପଶୁ, ୯ଟି ଛୋଟ ପଶୁ, ୩୬୮୦ କୁକୁଡ଼ାଙ୍କର ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମଣିଷଙ୍କ ଜୀବନ ଯାଇଥିବା ନେଇ କୌଣସଲି ସୂଚନା ମିଳିପାରିନାହିଁ ବୋଲି ସରକାର ରିପୋର୍ଟରେ ଦର୍ଶାଇଛନ୍ତି।

ସେହିଭିଳି ବାତ୍ୟାରେ ବିଦ୍ୟୁତ୍‌ ସେବା ଠପ୍‌ ହେବା ସହିତ ଅନେକ କ୍ଷତି ସହିଛନ୍ତି ମତ୍ସଜୀବୀ। ବାତ୍ୟାରେ ଝଡ଼ତୋଫାନ୍‌ ଯୋଗୁ ୩୪ କିମିର ୩୩ କେଭି, ୪୫୩ କିମି ୧୧କେଭି ବିଦ୍ୟୁତ ନଷ୍ଟ ହୋଇଛି। ୬୮୦ କିମି ଏଲ୍‌ଟି ଲାଇନ, ୨୪୩୯ ଟ୍ରାନ୍ସଫର୍ମର ନଷ୍ଟ ହୋଇଛି। ସେହିଭଳି ୧୪ଟି ମାଛଧରା ଡଙ୍ଗା ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ୪୧ ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟା ଅମ୍ପନରେ ପବନରେ ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଯାଇଛି। ୧୫୧ କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ୪୨ଟି ପୋଲ ଭାଙ୍ଗିଥିବା ବେଳେ ୬୪୬ ଅଙ୍ଗନବାଡ଼ି କେନ୍ଦ୍ର ଭାଙ୍ଗିଯାଇଛି। ତା ସହିତ ୧୫୫୨ ପ୍ରାଥମିକ ସ୍କୁଲ କୋଠା ମଧ୍ୟ ଭାଙ୍ଗିଛି, ଓ୨୯୮ଟି ପଞ୍ଚାୟତ କୋଠା ମଧ୍ୟ ଭାଙ୍ଗିଥିବା ରିପୋର୍ଟରେ ପ୍ରକାଶ ପାଇଛି।

ତେବେ ପ୍ରାଥମିକ ରିପୋର୍ରଟରେ ଏତିକି କ୍ଷୟକ୍ଷତିର ଆକାଳନ ହୋଇଥିବା ବେଳେ ୨୬ ତାରିଖ ସୁଦ୍ଧା ଚୂଡ଼ାନ୍ତ ଆକଳନ ହୋଇଯିବା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

You might also like