ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ନେଇ ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ପ୍ରସ୍ତୁତି କ୍ରମେ ଅାଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ଚାଲିଥିବା ଏହି ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର FIRST LEVEL CHECKING ପାଇଁ ଅାଜି ଜିଲ୍ଲାପାଳଙ୍କୁ ପ୍ରଶିକ୍ଷଣ ଦିଅାଯାଉଛି। ବୈଠକରେ କେନ୍ଦ୍ର ନିର୍ବାଚନ ଅାୟୋଗଙ୍କ ୨ ଜଣ ଅଧିକାରୀ ଯୋଗ ଦେଇଛନ୍ତି।

ସେମାନେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ନେଇ ଜିଲ୍ଲାପାଳମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ୨ ମାସ ଧରି ସବୁ ରାଜନୈତିକ ଦଳଙ୍କ ଉପସ୍ଥିତିରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର FIRST LEVEL CHECKING ଚାଲିବ।

ଗତ ଉପନିର୍ବାଚନରେ ରାଜ୍ୟରେ ପ୍ରଥମଥର ଭିଭିପ୍ୟାଟ୍‌ର ବ୍ୟବହାର ହୋଇଥିଲା। ଅାସନ୍ତା ସାଧାରଣ ନିର୍ବାଚନରେ ସବୁ ନିର୍ବାଚନମଣ୍ଡଳୀରେ ଭିଭିପ୍ୟାଟ୍ ବ୍ୟବହାର କରାଯିବ।

 

You might also like