ଲଣ୍ଡନରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର: ଜଗତର ଠାକୁର ସେ ଜଗନ୍ନାଥ। ସାରା ବିଶ୍ୱରେ ତାଙ୍କର ଭକ୍ତ।  ସବୁଠୁ ହୁଏ ତାଙ୍କର ପୂଜା। ସବୁଠି ତାଙ୍କ ମନ୍ଦିର। ସାତ ଦରିଆ ପାରି ହୋଇ ଭକ୍ତ ଛୁଟି ଆସନ୍ତି ତାଙ୍କର ଟିକିଏ  ଦର୍ଶନ ପାଇବା ପାଇଁ।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ପୂଜା ପାଇବେ  ଇଂଲଣ୍ଡରେ । ଲଣ୍ଡନରେ ନିର୍ମାଣ ହେବାକୁ ଯାଉଛି ଜଗନ୍ନାଥଙ୍କ ଭବ୍ୟ ମନ୍ଦିର । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ କାମ ସରିବ ବୋଲି କୁହାଯାଉଛି।

ଲଣ୍ଡନରେ ଶହଶହ ଜଗନ୍ନାଥ ପ୍ରେମୀ ଅଛନ୍ତି। ସେମାନେ ଜଗନ୍ନାଥଙ୍କୁ ଆରାଧନା କରିବା ସହ ନୀତି ନିୟମ ଅନୁଯାୟୀ ପୂଜା କରିଥାନ୍ତି। ତେଣୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହ ଜଗନ୍ନାଥଙ୍କ ମହାତ୍ମ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ  ୟୁକେରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ମନ୍ଦିରର ନାମ  ‘Shree Jagannatha Temple UK’ ରହିଛି ବୋଲି ଦ ବାଥ୍‌ ହିନ୍ଦୁ କମ୍ୟୁନିଟି ଏବଂ ଶ୍ରୀ ଜଗନ୍ନଥ ମନ୍ଦିର ୟୁକେର ଫାଉଣ୍ଡର ସୁସ୍ମିତା ରାଜହଂସ କହିଛନ୍ତି ।

ଓଡ଼ିଆ ଲୋକଙ୍କ ସହିତ ଅନ୍ୟ ସଂପ୍ରଦାୟର ଲୋକମାନେ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ସହାୟତାର ହାତ ବଢାଇ ଥିବା କହିଛନ୍ତି ସୁସ୍ମିତା। ଲଣ୍ଡନ ସହର ନିକଟରେ ୧୦ରୁ ୧୨ ଏକର ବିଶିଷ୍ଟ ଏକ ଜାଗା ଚିହ୍ନଟ କରାଯାଇଛି। ସେ ସ୍ପଷ୍ଟ କରିଛନ୍ତି, ଲଣ୍ଡନର ଇସ୍କନ ମନ୍ଦିରକୁ ଜଗନ୍ନାଥ ମନ୍ଦିର ବୋଲି ଅନେକ ଭାବିଥାନ୍ତି। କିନ୍ତୁ ପ୍ରକୃତରେ ଲଣ୍ଡନରେ କୌଣସି ଜଗନ୍ନାଥ ମନ୍ଦିର ନାହିଁ।

ଯାହା ବି ହେଉ, ଏହି ମନ୍ଦିର  ସନାତନ ଧର୍ମର ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି। ଅଗଷ୍ଟ ୯ ତାରିଖ ଜନ୍ମାଷ୍ଟମୀ ପର୍ବ ଭର୍ଚୁଆଲ ସେଲିବ୍ରେଶନ ମାଧ୍ୟମରେ ପାଳନ କରାଯାଇଥିଲା। ସାରା ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ପୁରୀ ଶଙ୍କାରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଥିଲେ। ମନ୍ଦିର ନିର୍ମାଣ ନେଇ  ଶଙ୍କରାଚାର୍ଯ୍ୟ  ପରାମର୍ଶ ଦେଇଥିଲା।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like