SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଗ ଟେଷ୍ଟ, ତା’ ପରେ ନୂଆ ରୋଗୀ ଆଡମିଶନ

କଟକ: SCB ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଏଣିକି ସମସ୍ତ ରୋଗୀଙ୍କର କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ନୂଆ ରୋଗୀ ଆଡମିଶନ କରାଯିବ।

ଆସନ୍ତା ମଙ୍ଗଳବାରରୁ ନୂଆ ରୋଗୀଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଉଭୟ ମେଡ଼ିକାଲ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବୈଠକରେ ଦୁଇ ହସ୍ପିଟାଲ ପାଇଁ ଏହି ନିଷ୍ପତ୍ତି ନିଆଯିବା ସହ ସଟ୍‌ଡାଉନ୍ ବେଳେ ଜରୁରୀ ନଥିଲେ ହସ୍ପିଟାଲ OPD ନଆସିବାକୁ ପରାମର୍ଶ ଦିଆଯାଇଛି। ସଟ୍‌ଡାଉନ୍ ପିରିୟଡରେ ୨ ହସ୍ପିଟାଲକୁ ପର୍ଯ୍ୟାୟକ୍ରମେ ବିଶୋଧନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।

You might also like