• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟକୁ ମହାମାରୀ କରୋନା ପ୍ରବେଶ କରିବାର ବର୍ଷେ ପୁରିଛି। ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱରର ଯୁବକ ଇଟାଲୀରୁ ଦିଲ୍ଲୀ ହୋଇ ମାର୍ଚ୍ଚ ୧୨ରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ମାର୍ଚ୍ଚ ୧୪ରେ ସେ ନିଜ ଆଡୁ କରୋନା ଟେଷ୍ଟ କରାଇଥିଲେ ଓ ମାର୍ଚ୍ଚ ୧୫ରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ତାଙ୍କ ଠାରେ କରୋନା ଚିହ୍ନଟ ହେବା ପରେ ଅନେକ ସାମାଜିକ କଟକଣାରେ ରହିବା ସହ ସାମାଜିକ ବିଦ୍ୱେଷର ସାମ୍ନା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ତେବେ ତାଙ୍କ ଦ୍ୱାରା ଅନେକ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ମିଛରେ ଖବର ପ୍ରଚାର କରାଗଲା ବୋଲି ମଧ୍ୟ ସେ କହିଛନ୍ତି।

https://youtu.be/adkCZ8EOb5M

ଅନ୍ୟପକ୍ଷରେ, ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ବିପଦ ଟଳିନି। ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜିରୋ ସଂକ୍ରମଣ ଟାର୍ଗେଟ ଦେଇଥିବାରୁ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ବଢୁଥିବାରୁ ଏହି ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି।

ଏୟାରପୋର୍ଟ ଓ ରେଲ୍‌ୱେ ଷ୍ଟେସନରେ ଯାଞ୍ଚ ହେବା ସହ ସନ୍ଦିଗ୍ଧମାନଙ୍କର କୋଭିଡ୍ ଟେଷ୍ଟ କରାଯାଉଛି। ବିଭିନ୍ନ ଷ୍ଟେସନରେ ସ୍କ୍ରିନିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହରାଷ୍ଟ୍ରରେ ଅବସ୍ଥା ସଙ୍ଗୀନ ଥିବାରୁ ମୁମ୍ବାଇରୁ ଆସୁଥିବା କୋଣାର୍କ ଏକ୍ସପ୍ରେସ୍ ଯାତ୍ରୀମାନଙ୍କ ପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି।

First-coronavirus-patient-detected-in-odisha-today
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories