ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା

ସମ୍ବଲପୁର: ରାଜ୍ୟର କରୋନା ମ୍ୟାପରେ ସ୍ଥାନ ପାଇଲା ଆଉ ଏକ ଜିଲ୍ଲା। ସମ୍ବଲପୁରରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କରୋନା ଭୂତାଣୁ ସଂକ୍ରମିତ। ଆଜି ଚିହ୍ନଟ ହୋଇଥିବା ୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରରେ ଏହି ଆକ୍ରାନ୍ତ ଜଣଙ୍କ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଦେଇଛି। ଆକ୍ରାନ୍ତ ଜଣକ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର ଓ ସେ ଏକ ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରହିଥିଲେ ସେ ଅହମ୍ମଦାବାଦରୁ ଫେରିଥିଲେ। ଏବେ ତାଙ୍କର କଣ୍ଟା ଟ୍ରେସିଂ ଆରମ୍ଭ ହୋଇଛି।ସମ୍ବଲପୁରକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ଆଗରୁ ୨୧ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୫ ଚିହ୍ନଟ (ମୋଟ-୨୯୨ ), ଭଦ୍ରକରେ ୨୮(ମୋଟ-୭୪), ବାଲେଶ୍ୱରରେ ୧୭(ମୋଟ-୧୧୯) ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ଜଣେ ଚିହ୍ନଟ (ମୋଟ-୨୭) ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଛି। ଏଥିରେ ୬୨୭ଟି କେସ୍ ସକ୍ରିୟ ଥିବା ବେଳେ ୧୯୬ ଜଣ ସୁସ୍ଥ ହୋଇଛନ୍ତି ଓ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏପର୍ଯ୍ୟନ୍ତ ୯୧୨୨୩ ଟେଷ୍ଟ କରାଯାଇ ସାରିଛି।

ଆହୁରି ପଢ଼ନ୍ତୁ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

You might also like