• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା । ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ।  ଗତକାଲି ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କୁ ୭୨ ବର୍ଷ  ବୟସ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ପୂର୍ବରୁ  ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସେ କରୋନା ଭାଇରସରେ ସଂକ୍ରମଣ ହୋଇଥିବା ଜଣାପଡ଼ିଲା। ଏହି ମୃତ୍ୟୁ ପରେ ସ୍ଥାନୀୟ ପ୍ରଶାସନ ଏବେ ଝାରପଡ଼ା ଅଞ୍ଚଳରେ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଏଥିସହ ସଂପୃକ୍ତ ଅଞ୍ଚଳକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।

ସୂଚନାଥାଉ କି, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିବାବେଳେ ଝାରପଡାର ଏହି ବ୍ୟକ୍ତିଙ୍କର  ମୃତ୍ୟୁ ଘଟିଛି।

First-corona-affected-death-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories