ମାଗଣାରେ ବଣ୍ଟାଗଲା କୁକୁଡ଼ା

ବାଙ୍କୀ: ଗାଁ ଗାଁ ବୁଲି ମାଗଣାରେ କୁକୁଡ଼ା ବାଣ୍ଟିଲେ କୁକୁଡ଼ା ଫାର୍ମ ମାଲିକ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।

ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭିଡ଼ ଜମାଇ କୁକୁଡ଼ା ନେଉଥିବା ନଜର ଆସିଛି। କରୋନାକୁ ନେଇ ଲୋକମାନେ କୁକୁଡ଼ା କିଣୁ ନ ଥିବା ଜଣାପଡ଼ିଛି।

କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭାଇରସ୍‌ ବ୍ୟାପୁଥିବା ନେଇ ଯେଉଁ ଗୁଜବ ପ୍ରଚାର ହୋଇଥିଲା ଏହାପରେ କୁକୁଡ଼ା ଫାର୍ମ ମାଲିକମାନେ କ୍ଷତି ସହିଥିଲେ। ତେଣୁ କୁକୁଡ଼ାକୁ ପାଳିବା ଏବଂ ଫାର୍ମ ଚଲାଇବାରେ ସମସ୍ୟା ହେବାରୁ ବାଧ୍ୟ ହୋଇ କୁକୁଡ଼ା ଫାର୍ମ ମାଲିକମାନେ କୁକୁଡ଼ା ମାଗଣା ବାଣ୍ଟିଥିବା ଜଣାପଡ଼ିଛି।

You might also like