ରାଜଧାନୀରେ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଛଡ଼ାଇ ନେଲେ ଟଙ୍କା

ଭୁବନେଶ୍ୱର: ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି।

ତେବେ ଏହି ଗୁଳିମାଡ଼ରେ ଗୁପ୍‌ଚୁପ୍‌ ବ୍ୟବସାୟୀ ରବୀନ୍ଦ୍ର ସ୍ୱାଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ରବୀନ୍ଦ୍ର ଗୁପ୍‌ଚୁପ୍‌ ବିକି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କଠାରୁ କିଛି ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି।

ତେବେ କିଏ ଓ କାହିଁକି ରବୀନ୍ଦ୍ରଙ୍କୁ ଗୁଳି ମାରିଲା, ତାହା ସ୍ପଷ୍ଟ ହୋଇ ନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

You might also like