ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼

ନୟାଗଡ଼: ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲଡବ୍ଲ୍ୟୁ)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଘଟିଛି। ମାତ୍ର କେଉଁକାରଣ ଗୁଳିମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଶ୍ରମିକ ପଞ୍ଜିକରଣ ହୋଇଥିଲା। ଭିଏଲଡବ୍ଲ୍ୟୁ ମୁରଲୀ ବାରିକ ପଞ୍ଜିକରଣ କରାଉ ଥିଲେ। ଠିକ୍‌ ଏତିକି ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଥିଲେ। ସୌଭାଗ୍ୟବଶତଃ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦଶପଲ୍ଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

ଏଣିକି ଯୋଗାଣ ବିଭାଗର ୪ ବ୍ୟବସ୍ଥା ଅନଲାଇନ୍‌

You might also like