ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜାମୁସାହି ଗାଁର ସନ୍ତୋଷ ରାଉତରାୟ ନାମକ ଜଣ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସନ୍ତୋଷ ଗତ ସନ୍ଧ୍ୟାରେ ପରିଛଳ ବଜାରରେ ଚୁଟି କାଟୁଥିବାବେଳେ ୨ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ସନ୍ତୋଷଙ୍କ ବାମ ପଟ ଛାତିରେ ବାଜିଛି।

ଗତ ୭ ତାରିଖରେ ନିକଟସ୍ଥ କାଳୁଚୁଆ ପାହାଡ଼ ପାଖରେ ଏକ ହିଟାଚି ମେସିନ୍ ପୋଡ଼ି ଘଟଣାର ସନ୍ତୋଷ ପ୍ରତ୍ୟକ୍ଷଦର୍ଶୀ ଥିବାରୁ ତାଙ୍କୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ବେଗୁନିଆ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

You might also like