କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି। ଗତକାଲି ସଂଧ୍ୟା ପ୍ରାୟ ୮ଟା ସମୟରେ କେନ୍ଦ୍ରାପଡ଼ା ତିନିମୁହାଣିରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଯୁବ ବ୍ୟବସାୟୀ ତଥା ତିନିମୁହାଣି ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପେଟରେ ଗୁଳି ବାଜିଛି।
ବିବେକାନନ୍ଦ ଗୁଲନଗର ଛକରୁ ତିନିମୁହାଣି ଆସୁଥିବା ବେଳେ ଦଣ୍ଡାମୁଣ୍ଡ ନିକଟରେ ବାଇକ୍ରେ ଚାରିଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ବିବେକାନନ୍ଦଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତିନିମୁହାଣିରେ ଉତ୍ତେଜନା ଦେଖା ଦେଇଛି।