• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାକି ମାଗିବାକୁ ନେଇ ସାମାନ୍ୟ ବଚସା, ଆଉ ତା’ପରେ ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗାଁରେ ସୁଶାନ୍ତ ପାତ୍ରଙ୍କ ଉପରକୁ ଗୁଳି ମାଡ଼ ହୋଇଛି। ଗୁଳିମାଡ଼ କରିଥିବା ବ୍ୟକ୍ତିଙ୍କ ନାଁ ସଞ୍ଜୟ ବାରିକ।

ସୂଚନା ଅନୁଯାୟୀ, ସିଙ୍ଗିପୁର ଗାଁରେ ସୁଶାନ୍ତଙ୍କର ଏକ ତେଜରାତି ଦୋକାନ ଅଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୁଶାନ୍ତ ଦୋକାନରେ ନ ଥିବାରୁ ତାଙ୍କ ପୁଅ ଓ ସ୍ତ୍ରୀ  ଦୋକାନରେ ବସିଥିଲେ। ଏହି ସମୟରେ ସଞ୍ଜୟ ଦୋକାନକୁ ଆସି ଗୁଟ୍‌ଖା ମାଗିଥିଲେ। ତେବେ ସୁଶାନ୍ତଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ବାକି ଦେବାକୁ ମନା କରିଥିଲେ। ଏହାପରେ ଦୋକାନ ସାମ୍ନାରେ ସଞ୍ଜୟ ପାଟିତୁଣ୍ଡ କରୁଥିବା ବେଳେ ସୁଶାନ୍ତ ଆସି ସେଠାରେ ପହଞ୍ଚିଥିଲେ ଓ ବାକି ଦେବାକୁ ମନା କରି ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଞ୍ଜୟ ଘରକୁ ଯାଇ ଏକ ମାଉଜର ଆଣି ସୁଶାନ୍ତଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଗୁଳିଟି ସୁଶାନ୍ତଙ୍କ ଅଣ୍ଟାରେ ବାଜି ବାହାରି ଯାଇଥିଲା। ଏହାପରେ ସଞ୍ଜୟ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା।

ସୁଶାନ୍ତଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଲା। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Firing-for-gutkha-in-ganjam-shop-owner-injured-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories