ଫୁଲବାଣୀ: ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ। କନ୍ଧମାଳ-ଗଂଜାମ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ ବଜ୍ରକୋଟ ଅଂଚଳରେ ପୋଲିସ୍ ଓ ଲାଲବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି।
ଗୁଇନ୍ଦା ବିଭାଗକୁ ସୂଚନା ମିଳିବା ପରେ କନ୍ଧମାଳ ଏସଓଜି ଓ ଡିଭିଏଫର ଯବାନ ମିଳିତଭାବେ କମ୍ବିଂ ଅପରେସନ୍ ଚଳାଇଥିଲେ। ଦୀର୍ଘଦିନ ପରେ ସୀମାନ୍ତ ଇଲାକାରେ ମାଓ ଗତିବିଧି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀ ଅଞ୍ଚଳରେ କମ୍ବିଂକୁ ଜୋରଦାର କରିଛନ୍ତି।
କମ୍ବିଂ ବେଳେ ମାଓବାଦୀ ଛତ୍ରଭଙ୍ଗ ଦେବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ପୋଲିସ୍ର କମ୍ବିଂ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ।