• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟକଟା ଅଂଶୁପା ଛକ ନିକଟରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ଜଣେ ମହିନ୍ଦ୍ରା ଫାଇନାନ୍ସ କର୍ମଚାରୀଙ୍କୁ ଗୁଳି କରି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଗୁଳି ମାଡ଼ର ଶିକାର ହୋଇଛନ୍ତି ଫାଇନାନ୍ସ କର୍ମଚାରୀ କିତିଶ ରଞ୍ଜନ ଭଞ୍ଜ। ସେ ନରସିଂହପୁରରୁ ଟଙ୍କା ଆଦାୟ କରି ଆଠଗଡ଼ ଫେରୁଥିଲେ। ବାଟରେ ଜେନାପଦା ମାରୁଗୋଠ ଛକ ନିକଟରେ ୩ ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ ପ୍ରଥମେ ତାଙ୍କ ଉପରକୁ ଗୁଳି କରିଥିଲେ । କିତିଶ ତଳେ ପଡିଯିବାରୁ ଟଙ୍କା ବ୍ୟାଗ ଧରି ଫେରାର ହୋଇ ଯାଇଥିଲେ।

କିତିଶଙ୍କ ଠାରୁ ଖବର ପାଇବା ପରେ ତାଙ୍କ ସାଙ୍ଗ ମାନେ ଆସି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ।ପ୍ରଥମେ ତାଙ୍କୁ ଆଠଗଡ ମେଡିକାଲ ଏବଂ ଅବସ୍ଥା ଗୁରୁୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ତନାଘନା ଚଳାଇଛି।

Firing-and-loot-from-a-finance-employee
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories