‘କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି’

କଟକ: କଟକରେ ବାଣ ଦୋକାନ ଖୋଲିବାକୁ ମିଳିବ ଅନୁମତି। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ପୂର୍ବବର୍ଷ ଭଳି ଏଥର ମଧ୍ୟ କଟକରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଡିସିପି କହିଛନ୍ତି। କରୋନା କଟକଣାରେ ବାଣ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଦୋକାନ ସାମ୍ନାରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ ହେବ।

କଟକରେ ଦୁର୍ଗାପୂଜା ଭଳି କାଳୀପୂଜା କୋଭିଡ୍‌ କଟକଣା ମଧ୍ୟରେ ହେବ। ଶାନ୍ତିଶୃଙ୍ଖଳା ପାଇଁ ୧୫ ପ୍ଲାଟୁନ୍‌ ଫୋର୍ସ ଓ ୫୦ ବରିଷ୍ଠ ଅଧିକାରୀ ମୁତୟନ ହେବେ।

You might also like