ଗାଡ଼ିରୁ ଡିଜେଲ କାଢି ନେଉଥିଲେ ଅଗ୍ନିଶମ କର୍ମଚାରୀ, ଦେଖିଦେଲା ଡ୍ରାଇଭର

କୋରାପୁଟ: ଗାଡ଼ିରୁ ତେଲ କଢାଯିବାକୁ ନେଇ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି। କୋରାପୁଟ ଜିଲ୍ଲା ବୈପାରୀଗୁଡା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଘଟଣ। ଗତ ୧୭ ତାରିଖ ଦିନ ବୈପାରିଗୁଡା ଅଗ୍ନିଶମ କାର୍ଯ୍ୟାଳୟରେ ଥିବା ଅଗ୍ନିଶମ ଗାଡ଼ିରୁ ତେଲ ବାହାର କରିବାକୁ ନେଇ ଡ୍ରାଇଭର ଓ ଅଗ୍ନିଶମ ଅଧିକାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ବୈପାରୀଗୁଡା କାର୍ଯ୍ୟାଳୟରେ ଥିବା ଗାଡ଼ିରୁ ଅଗ୍ନିଶମ ଅଧିକାରୀ ଦୁଇ ଜଣ ଯୁବକଙ୍କୁ ଆଣି ଗାଡ଼ିରୁ ଡ଼ିଜେଲ ବାହାର କରୁଥିବା ବେଳେ ଡ୍ରାଇଭର ଏହାର ବିରୋଧ କରିଥିଲା। କେବଳ ଡ୍ରାଇଭର ନୁହେଁ ଅନ୍ୟାନ୍ୟ କର୍ମଚାରୀ ବି ଏହାର ବିରୋଧ କରିଥିଲେ।

ତେବେ ଏହାକୁ ଭୃକ୍ଷେପ ନକରି ଅଗ୍ନିଶମ କର୍ମଚାରୀ ଗାଡିରୁ ଡିଜେଲ ବାହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି।

You might also like