ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ହଲରେ ନିଆଁ
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ହଲରେ ନିଆଁ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଓ କ୍ଷୟକ୍ଷତି ନେଇ ସୂଚନା ମିଳିପାରିନାହିଁ। ନିଆଁ ଏତେ ଭୟଙ୍କର ଯେ ଭିତରକୁ ଯିବା ସମ୍ଭବପର ହେଉନାହିଁ। ତଥାପି ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଲାଗିଛି।