ଅମଳ ଫସଲରେ ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

ବଲାଙ୍ଗୀର : ଧାନ ଖଳାରେ ନିଆଁ ।  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କରୁଆମୁଣ୍ଡା ପଞ୍ଚାୟତ ସରଗୁଲ ଗାଁରେ ଦୁଇ ଏକର ଚାଷ ଜମିର ଅମଳ ଧାନ ପୋଡ଼ି ନଷ୍ଟ ହୋଇଯାଇଛି । କେହି ଦୁର୍ବୃତ୍ତ ଆସି ଖଳାରେ ଥିବା ଧାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଧାର କରଜ କରି ଧାନ କରିଥିବା ଚାଷୀ ଗଦାପାଣି ବଉକ ଏବେ ଚିନ୍ତାରେ ସରକାରୀ ସାହାଯ୍ୟ ଯୋଗାଇଦେବାରକୁ ସେ ଦାବି କରିଛନ୍ତି ।

ତେବେ ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିଲା ଫସଲ । କିନ୍ତୁ ଦୁର୍ବୃତ୍ତ ଆସି ଯେପରି ଭାବରେ ଜମିରେ ନିଆଁ ଲଗାଇ ଫସଲ ନଷ୍ଟ କରିଦେଲା , ତାହାକୁ ନେଇ ତେଜୁଛି ଅସନ୍ତୋଷ ।

You might also like