କଟକ SCB ମେଡିକାଲରେ ଅଗ୍ନିକାଣ୍ଡ

ଏସସିବି ମେଡିକାଲରେ ଲାଗିଛି ନିଆଁ

କଟକ: ଏସସିବି ମେଡିକାଲରେ ଲାଗିଛି ନିଆଁ। କଟକ SCB ଆଞ୍ଚଳିକ ସିଟି ସ୍କାନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ; ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ ହୋଇଛି।

ଲାଗିଥିବା ନିଆଁକୁ ବର୍ତ୍ତମାନ ସମୟରେ ଆୟତ୍ତ କରାଯାଇଥିବା ନେଇ ସୂଚନା ମଧ୍ୟ ରହିଛି। ସର୍ଟସର୍କିଟ୍‌ରୁ ନିଆଁ ଲାଗିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। କୌଣସି କାରଣରୁ ମେସିନରେ ନିଆଁ ଲାଗିଥିଲା ଓ ପରେ ତାହାକୁ ଆୟତ୍ତ କରାଯାଇଥିଲା। ଖବର ପାଇଁ ଏସସିବିର ଫାୟାର୍‌ ଟିମ ଆସି ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ ମଧ୍ୟ କରିଥିଲେ। ଏହାସହ ଏଠାକୁ ଆସିଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି। କିନ୍ତୁ ଏବେ ବି ମେଡିକାଲ ପରିସରରେ ଧୂଆଁ କିଛି ପରିମାଣରେ ରହିଛି। ବାରମ୍ବାର ଏସସିବି ମେଡିକାଲ କଲେଜରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସୁଛି। କାରଣ ବାରମ୍ବାର ମେଡିକାଲରେ ନିଆଁ ଲାଗୁଥିବାରୁ ତାହାକୁ ନେଇ ଚିନ୍ତା ମଧ୍ୟ ବଢିବାରେ ଲାଗିଛି। ଅଗ୍ନିଶମ ବିଭାଗ ପକ୍ଷରୁ ଏନେଇ ବାରମ୍ବାର ସଚେତନତା ମଧ୍ୟ କରାଯାଉଛି।

ନିଆଁ ଲାଗିଲେ କେମିତି ତାହାକୁ ପ୍ରତିହତ କରିହେବ ସେନେଇ କର୍ମଚାରୀଙ୍କୁ ମଧ୍ୟ ତାଲିମ ଦିଆଯାଉଛି। କିନ୍ତୁ ନିଆଁ ବାରମ୍ବାର କାହିଁକି ଲାଗୁଛି ତାହାକୁ ନେଇ ଚିନ୍ତା ବଢୁଛି। ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ନିଆଁକୁ ଆୟତ୍ତ କରାଯାଇସାରିଛି ଓ କୌଣସି ବ୍ୟକ୍ତିଙ୍କର କିଛି କ୍ଷତି ହୋଇନାହିଁ ବୋଲି ସୂଚନା ରହିଛି। ହେଲେ ନିଆଁ ଲାଗିବାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।

ତେବେ ଗତକାଲି କଟକ ଶିଶୁଭବନରେ ନିଆଁ ଲାଗିଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍‌ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଥିଲା।

You might also like