ଘାସ ବଣରେ ଲାଗିଗଲା ନିଆଁ, ନିମିଷକେ ଜଳିପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଆଇଟିଆଇ ଛକରେ ଥିବା ପଡ଼ିଆ ନିଆଁ ଲାଗି ଯାଇଥିଲା। ଏଥିରେ ପୁରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣରେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ, ବେଶ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପଡ଼ିଆ ନିକଟରେ କୌଣସି ଘର ଦ୍ୱାର ନଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅନୁମାନ କରାଯାଉଛି କେହି ଦୁବୃର୍ତ୍ତ ପଡ଼ିଆରେ ଏଭଳି କାଣ୍ଡ ଭିଆଇଛି।

ସେହିପରି ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ରାୟଗଡ଼ା ଅଗ୍ନିଶମ ବାହିନୀ ଓ ଶେଷଖାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକ୍‌ର ଅଧିକାଂଶ ଭାଗ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଟ୍ରକ୍‌ଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡ଼ା ଆସୁଥିଲା।

You might also like