କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି। ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍‌ ନିଆଁକୁ ଆୟତ୍ତ କରାଯାଇଛି। ଲାଗିଥିବା ନିଆଁରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା ମିଳିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଥିବା ନେଇ ସୂଚନା ମିଳିଛି।

 

You might also like