ଚଳନ୍ତା ଟ୍ରେନ୍‌ରେ ନିଆଁ !

ହରିଶଙ୍କର ଷ୍ଟେସନ୍‌ ନିକଟରେ ଅଘଟଣ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ଷ୍ଟେସନ୍‌ ନିକଟରେ ବିଶାଖାପାଟଣା-ଭଗତକି କୋଠି ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ୨ଟି ଇଞ୍ଜିନ ମଧ୍ୟରୁ ପଛ ଇଞ୍ଜିନରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ।

ଏନେଇ ସେମାନ ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାପରେ ହରିଶଙ୍କର ଷ୍ଟେସ‌ନ୍‌ରେ ଟ୍ରେନ୍‌କୁ ଅଟକାଇ ଧୂଆଁ ବନ୍ଦ କରାଯାଇଥିଲା। ସେଠାରୁ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ଏଥିରେ କୌଣସି ଧନଜୀବନ କ୍ଷତି ହୋଇନାହିଁ। ତେବେ ଟ୍ରେନ୍‌ରେ ନିଆଁ ଲାଗିଥିବା କଥାକୁ ଇଷ୍ଟକୋଷ୍ଟ ରେଲ୍‌ୱେ ପକ୍ଷରୁ ଖଣ୍ଡନ କରାଯାଇଛି। ଏହା ନିଆଁ ନୁହେଁ ଧୂଆଁ ଥିଲା, ପଛ ଇଞ୍ଜିନରେ ଧୂଆଁ ଦେଖି ଏହାକୁ ବନ୍ଦ କରାଯାଇଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଟ୍ରେନ୍ ସିଙ୍ଗଲ୍‌ ଇଞ୍ଜିନରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ଆରମ୍ଭ କରିଛି ବୋଲି ବିଭାଗ କହିଛି।

You might also like