ବୋର୍ଡ ଅଫିସ୍‌ରେ ଅଗ୍ନିକାଣ୍ଡ ମାମଲା; ଆଜି ହେବ କ୍ଷୟକ୍ଷତିର ଆକଳନ

ସମ୍ବଲପୁର: ସମ୍ବଲପୁର ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ ଆଜି କରାଯିବ। ଏହାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ କହିଛନ୍ତି।

ସେ କହିଛନ୍ତି, ସେଠାରେ ଅଷ୍ଟମ ଓ ନବମ ଶ୍ରେଣୀର କିଛି ବହି ସଂରକ୍ଷିତ ରଖାଯାଇଥିଲା। ତେବେ ବହିପତ୍ର ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି।

ଅନ୍ୟପଟେ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ କିଏ ନିଆଁ ଲଗାଇଲା ତାହାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁର ସଦର SDPO ଘଟଣାର ତଦନ୍ତ ଚଳାଇଛନ୍ତି। ପରିଷଦର ସ୍ଥାନୀୟ ଉପ-ସମ୍ପାଦକଙ୍କ ଏତଲାକୁ ଭିତ୍ତ କରି ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ବୁଧବାର ଜେଲ୍ ଛକ ସ୍ଥିତ ବୋର୍ଡ ଅଫିସ୍‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ।

You might also like