ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ ଶାଖା ଅଫିସ୍‌ରେ ନିଆଁ

ସମ୍ବଲପୁର : ସମ୍ବଲପୁରର ମାଧ୍ୟମିକ ଶିକ୍ଷା ବୋର୍ଡ଼ ଶାଖା ଅଫିସ୍‌ରେ ନିଆଁ। ସମ୍ବଲପୁର ଜେଲ୍ ଛକ ନିକଟରେ ଥିବା ଅଫିସ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଫିସ୍‌ରେ ୭ରୁ ୮ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି।

ଅଫିସ୍ ପରିସରରେ ଥିବା ୨ଟି ଗାଡ଼ି ମଧ୍ୟ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି। BSEର ଡେପୁଟି ସେକ୍ରେଟାରୀ ସୂର୍ଯ୍ୟମଣି ମାଝି ଏହି ସୂଚନା ଦେଇଛନ୍ତି। ନିଆଁ ଲିଭାଇବାକୁ ଦମକଳ ବାହିନୀର ଉଦ୍ୟମ ଜାରି ରହିଛି।

You might also like