ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର: କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଅଗ୍ନିଶମ କର୍ମଚାରୀ ପ୍ଲାଜମା ଦାନ କରିବେ।ଗୁରୁତର ଥିବା କରୋନା ରୋଗୀଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ସ୍ୱେଛାକୃତ ଭାବେ ପ୍ଲାଜମା ଦାନ କରିବେ ବୋଲି ଟ୍ୱିଟ୍ କରିଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ଅଗ୍ନିଶମ କର୍ମଚାରୀ କଟକ ଏସସିବିରେ ପ୍ଲାଜମା ଦାନ କରିବେ ବୋଲି ଅଗ୍ନିଶମ ଡିଜି ଟ୍ୱିଟ୍ କରିଛନ୍ତି। ସଂପୃକ୍ତ ଅଗ୍ନିଶମ କର୍ମଚାରୀ କିଛି ଦିନ ତଳେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।

ପ୍ରକାଶଥାଉକି, ଦିଲ୍ଲୀ ପରି ଓଡ଼ିଶାରେ ପ୍ଲାଜମା ଥେରାପି(Plasma Therapy) ଆରମ୍ଭ ହୋଇଛି। ଭୁବନେଶ୍ୱର ସମ୍, କିମ୍ସ ଓ କଟକ ଅଶ୍ୱିନୀରେ ଏହା ଆରମ୍ଭ ହୋଇଥିବା ବେଳେ କଟକ SCB ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ହୋଇଛି।

ଅମ୍ପନ ବାତ୍ୟାର ମୁକାବିଲା ପରେ ପଶ୍ଚିମବଙ୍ଗରୁ ଫେରିଥିବା ଓଡ଼ିଶାର ଅଗ୍ନିଶମ କର୍ମଚାରୀମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବେ ବୋଲି ଡିଜି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like