କଳାହାଣ୍ଡି-କନ୍ଧମାଳ ସୀମାରେ ଗୁଳି ବିନିମୟ: ସହିଦ ହେଲେ ୨ ଯବାନ

ଭବାନୀପାଟଣା: କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କିରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ୨ଜଣ SOG ଯବାନ ସହିଦ ମଧ୍ୟ ହୋଇଛନ୍ତି।

ସହିଦ ଯବାନ ହେଲେ ମୟୂରଭଞ୍ଜ ଜିଲ୍ଲାର ସୁଧିର କୁମାର ଟୁଡୁ ଓ ଅନୁଗୁଳ ଜିଲ୍ଲାର ଦେବାଶିଷ ସେଠୀ। ଏନେଇ କଳାହାଣ୍ଡି ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାରେ ସର୍ଚ୍ଚ ଅପରେସନ୍ ହୋଇଥିଲା। ଦିନ ୧୧ଟାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏସଓଜି ଯବାନଙ୍କ ସହ ଡିଭିଏଫ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲେ। ଏହି ସମୟରେ କ୍ୟାମ୍ପରେ ୪୦ରୁ ଅଧିକ ମାଓବାଦୀ ଥିଲେ। କିଛି ସମୟ ଧରି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୨ଜଣ SOG ଯବାନ ସହିଦ ହୋଇଛନ୍ତି। ଶେଷରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

You might also like