ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ନାବାଳକ

ଜୀଅନ୍ତା ଜଳିଗଲେ ନାବାଳକ
ସୁବର୍ଣ୍ଣପୁର ବିନିକା ଶଙ୍କରା  ଗାଁରେ ଅଭାବନୀୟ ଘଟଣା
ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ଲାଗିଥିଲା ନିଆଁ

ବିନିକା : ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ନାବାଳକ । ସୁବର୍ଣ୍ଣପୁର ଶଙ୍କରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ନିଆଁ ଲାଗି ନାବାଳକ ଜଳି ଯାଇଛନ୍ତି । ନିଆଁ ଲାଗିବା ପରେ ଘର ଲୋକ ପଦାକୁ ବାହାରି ଆସିଥିଲେ, ହେଲେ ଦୁର୍ଭାଗ୍ୟବଶତଃ ଶୋଇଥିବା ବେଳେ ବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । Iମୃତ ନାବାଳକ ଜଣକ ହେଲେ ଶଙ୍କରା ଗାଁର ବାବୁସାନ ଗୁଦୁରିଆ ( ୧୦ ) I

ସୂଚନା ଅନୁସାରେ ଆଜି ଘରେ ଚା ପିଇବା ପାଇଁ ପରିବାର ଲୋକେ ଗ୍ୟାସ ଟାଙ୍କି ଅନ କରିଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା I ଫଳରେ ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିବା ବେଳେ ନାବାଳକ ଶୋଇଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଯାଇଛି I ପରିବାର ଲୋକେ ନାବାଳକକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ବି ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି I ଖବର ପାଇଁ ଘଟଣା ସ୍ଥଳରେ ବିନିକା ଅଗ୍ନିଶମ ବାହିନୀ ପହଞ୍ଚିଛି । ହେଲେ ନିଆଁ ଲାଗି  ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି I

 

ସେପଟେ କୋଣାର୍କର କରୁଣା ଗାଁର ଗୁହାଳ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ୨ ଗୁରୁତର ଅଛନ୍ତି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଉଦ୍ୟମ ଯୋଗୁଁ ବଡ ଧରଣର ବିପଦ ଟଳିପାରିଛି ।

ସୂଚନାଯୋଗ୍ୟ ଗତକାଲି ବିଳମ୍ବିତ ରାତ୍ରିରେ କରୁଣା ଗ୍ରାମର ମୁରଲୀ ଜେନା,ବଂଶୀଧର ଜେନା,ସୁନକର ଜେନା,ରୋହିତ ଜେନାଙ୍କ ପରିବାର ଶୋଇଯିବା ପରେ ଘର ସମ୍ମୁଝରେ ଥିବା ଗୁହାଳ ଘରେ ନିଆଁ ଲାଗିଯାଇଥିଲା । ତେବେ ନିଆଁ ଲାଗିବା ପରେ ଘରୁ ବାହାରି ପାରିନଥିଲେ ପରିବାର ଲୋକ । ଅନ୍ୟପଟେ ଗାଁ ଲୋକେ  ଉଠି ନିଆଁ ନିୟନ୍ତ୍ରଣ କରିବା ବେଳକୁ ୪ ପରିବାରର ଗୁହାଳ ଘରେ ଥିବା ୮ଟି ଗୋରୁ ଜିଅନ୍ତା ଜଳିଯାଇଥିଲା । ଆଉ ଦୁଇଟି ଗୋରୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ବାହାରକୁ ବାହାରି ଯାଇଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ୪ଟି ନଡିଆ ଗଛ ମଧ୍ୟ ପୋଡ଼ି ଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚିବା ବେଳକୁ ଗାଁ ଲୋକେ ନିଆଁକୁ ନିୟନ୍ତ୍ରଣ କରି ସାରିଥିଲେ ।

You might also like