ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ

କଟକ: କଟକ ବଡ଼ ମେଡ଼ିକାଲ କ୍ୟାମ୍ପସ୍‌ରେ ଥିବା ଓମ୍‌ଫେଡ୍‌ ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ନିଆଁ ଲାଗିଥିବା ଖବର ପାଇ ମେଡିକାଲ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନଥିବା ବେଳେ ପାର୍ଲରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

You might also like