କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ହସ୍ପିଟାଲ୍‌ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।

ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ଡାକ୍ତରଖାନାରେ ଉପସ୍ଥିତ ଥିବା ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

You might also like