ଢେଙ୍କାନାଳ ହସ୍ପିଟାଲରେ ନିଆଁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାରେ ନିଆଁ। ହସ୍ପିଟାଲର ପଞ୍ଚମ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିଲା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଅାୟତ୍ତ କରିଥିଲେ ।

ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ହସ୍ପିଟାଲରେ ନିଆଁ ଲାଗିଥିବା ଶୁଣି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟ ଅାତଙ୍କିତ ହୋଇ ପଡିଥିଲେ। ଲୋକମାନେ ବିଲ୍ଡିଂ ବାହରକୁ ଦୌଡି ଅାସିଥିଲେ।

ଅନ୍ୟପଟେ ହସ୍ପିଟାଲରେ ଚାଲିଥିବା ଏହି କ୍ୟାଣ୍ଟନ୍ ବେଅାଇନ ଭାବେ ଚାଲିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ହସ୍ପିଟାଲର ଫାୟାର ସେଫଟି ପାଇଁ କୌଣସି ଅାପ୍ଲିକେସନ୍ ଦିଅାଯାଇନଥିବା ଅାସିଷ୍ଟାଣ୍ଟ ଫାୟାର ଅଫିସର୍ କହିଛନ୍ତି। ଅନ୍ୟପଟେ ଫାୟାର ସେଫଟି ସାର୍ଟିଫିକେଟ୍ ନଥିଲେ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ।

You might also like