ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଷ୍ଟିଲ୍‌ ପ୍ଳାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟର SMS-୨ରେ ସ୍ଲାଗ୍‌ ବଏଲର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସ୍ଲାଗ୍‌ ବଏଲର କଣ୍ଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। କଣ୍ଟ୍ରୋଲ ରୁମ୍‌ରେ ଥିବା ବହୁ ଯନ୍ତ୍ରପାତି ଓ ବିଦ୍ୟୁତ୍‌ ସରଞ୍ଜାମ ନଷ୍ଟ ହୋଇଯାଇଛି।

ଖବରପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଶ୍ୱସ୍ତିର କଥା, ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିକାଣ୍ଡ ପରେ ବର୍ତ୍ତମାନ SMS-୨ରେ କାମ ବନ୍ଦ ରହିଥିବା ଜଣାପଡ଼ିଛି। ପୂରା କଣ୍ଟ୍ରୋଲ ରୁମ୍ ଅଞ୍ଚଳକୁ କର୍ଡନ କରି ଯାଞ୍ଚ କରାଯାଉଛି। କେଉଁ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା, ଏନେଇ ଆର୍‌ଏସ୍‌ପି CEO ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୪ ଜଣ ସିଜିଏମ୍ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

You might also like