ରାଉରକେଲା : ରାଉରକେଲା NITରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତ୍ରିରେ ଓ୍ୱାର୍କ୍ସ ଓ ପର୍ଚେଜ୍ ଡିପାର୍ଟମେଣ୍ଟରେ ନିଆଁ ଲାଗିଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ସହିତ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି।
ଗତ ରାତିରେ ଏହି ନିଆଁ ଲାଗିଥିଲା। କର୍ତ୍ତୃପକ୍ଷ ଜାଣିବା ମାତ୍ରେ ଦମକଳକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଅାସି ନିଆଁକୁ ଅାୟତ୍ତ କରିଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
ଗୁରୁତ୍ୱପୂର୍ଣ୍ଣ WORKS ଏବଂ PURCHASE ସଂପର୍କିତ ବହୁ ଫାଇଲ୍ ପୋ଼ଡ଼ି ଯାଇଥିବାରୁ ଜାଣିଶୁଣି କେହି ଏହି ନିଆଁ ଲଗାଇଛି ବୋଲି ବୋଲି ସନ୍ଦେହ କରାଯାଉଛି। ଏହାର ତଦନ୍ତ କରି ଅାଜି ରିପୋର୍ଟ ଦିଅାଯିବ ।