ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ: ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ଲାଗିଥିବା ଆଶଙ୍କା
ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ୍ ଗାର୍ଡ଼େନରେ ଅଗ୍ନିକାଣ୍ଡ। ଭୋଜି କରୁଥିବା ବେଳେ ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଏବେ ଗାର୍ଡ଼େନର ଜଙ୍ଗଲିଆ ଅଞ୍ଚଳରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଉଛନ୍ତି ବାରଙ୍ଗ ଅଗ୍ନିଶମ ଟିମ୍। ତେବେ ଏହି ଅଗ୍ନକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ତେବେ ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ପର୍ଯ୍ୟନ୍ତ ଜଣାପଡିନାହିଁ ।
ଭୁବନେଶ୍ୱର: ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ, ଜଙ୍ଗଲିଆ ଅଞ୍ଚଳରେ ଲାଗିଛି ନିଆଁ ଲାଗିଥିବା ସୂଚନା; ନିଆଁରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା,
ଭୋଜି କରୁଥିବା ବେଳେ ଭୋଜି ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା #Odisha— ଓଟିଭି (@otvkhabar) February 14, 2021
ନନ୍ଦନକାନରର ଉଦ୍ଭିଦ ଉଦ୍ୟାନ ପରିସରରେ ଲାଗିଛି ନିଆଁ। କାଞ୍ଜିଆ ହ୍ରଦର ଆଖପାଖରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅନେକ ଜୀବଜନ୍ତୁ ଥିବାରୁ ତୁରନ୍ତ ନିଆଁ ଲିଭାଇବା ଆବଶ୍ୟକ। ଆଜି ରବିବାର ଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କର ମଧ୍ୟ ଭିଡ଼ ଜମିଛି। ତେବେ ନନ୍ଦନକାନରର ଶାଗୁଣା ଖୁଆଡ଼ ନିକଟବର୍ତ୍ତୀ ଅଞ୍ଚଳରେ ନିଆଁ ଲାଗିଥିବାରୁ କିପରି ନିଆଁକୁ ଶୀଘ୍ର ଆୟତ କରାଯାଇପାରିବ, ସେଥିପାଇଁ ପ୍ରାଣପଣେ ଚେଷ୍ଟା କରାଯାଉଛି। ଜୀବଜନ୍ତୁଙ୍କର କୌଣସି କ୍ଷତି ନହୁଏ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି।
#ବଟାନିକାଲ_ଗାର୍ଡେନରେ_ନିଆଁ
ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ, ଜଙ୍ଗଲିଆ ଅଞ୍ଚଳରେ ଲାଗିଛି ନିଆଁ ଲାଗିଛି; ନିଆଁରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା #Bhubaneswar #Odisha pic.twitter.com/BuXBM5S5LE— ଓଟିଭି (@otvkhabar) February 14, 2021