ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଅଗ୍ନିକାଣ୍ଡ
ନିଆଁ ଲାଗି ଜଣେ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ
ଝାରସୁଗୁଡ଼ା : ଫାୟାର ଓ୍ୱାର୍କ ଗୋଦାମରେ ନିଆଁ ଲାଗି କର୍ମଚାରୀ ମୃତ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଛୁଅାଲିବେର୍ଣ୍ଣା ମାଝୀ ଫାୟାର ଓ୍ୱାର୍କ ଗୋଦାମରେ ଘଟିଛି ଏହି ଘଟଣା। ଅଗ୍ନିକାଣ୍ଡରେ ସୁଶାନ୍ତ ଧରୁଅା ନାମକ ଜଣେ ଗୋଦାମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ବାଣ ବାନ୍ଧୁଥିବାବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ
ବିସ୍ଫୋରଣ ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି। ଘଟଣାସ୍ଥଳରେ ଦମକଳ ପହଞ୍ଚି ନିଆଁକୁ ଅାୟତ୍ତ କରୁଥିବା ଜଣାପଡିଛି।