ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ

ପୁରୀ :  ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ ଲାଗି ୨୦ ଏକରରୁ ଅଧିକ ଅଞ୍ଚଳରେ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଘ୍ନିଶମ ଟିମ୍ ପହଞ୍ଚିଥିଲେ ବି ପାଖରେ ପାଣି ନ ଥିବାରୁ ନିଆଁ ଲିଭାଇବାରେ ବିଳମ୍ବ ହୋଇଥିଲା। ମେରାଇନ ଡ୍ରାଇଭରୁ ଦୁଇ କିଲୋମିଟର ଭିତରେ ଅଭୟାରଣ୍ୟରେ ଲାଗିଥିବା ଏହି ନିଆଁ ଯୋଗୁ ହଜାର ହଜାର ଝାଉଁ ଓ କାଜୁ ଗଛ ପୋଡି ନଷ୍ଟ ହୋଇଯାଇଛି। ନିଆଁ ଯୋଗୁଁ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି।

ଘଟଣାସ୍ଥଳରେ ସ୍ଥାନୀୟ ରେଞ୍ଜର ଓ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିବା ବେଳେ ନିଆଁ ନିୟନ୍ତ୍ରଣାଧୀନ ଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

You might also like