ସନ୍ଥ କବିଙ୍କ ଚରିତ୍ରକୁ ଆକ୍ଷେପ କରି ବିବାଦରେ ଲେଖକ, ଥାନାରେ ମାମଲା

ଭୁବନେଶ୍ୱର: ସନ୍ଥକବି ଭୀମଭୋଇଙ୍କ ଚରିତ୍ରକୁ ଆକ୍ଷେପ କରି ଲେଖା। ବିବାଦରେ ଛନ୍ଦି ହୋଇଛନ୍ତି ଲେଖକ କେଦାର ମିଶ୍ର।  ତାଙ୍କ ବିରୋଧରେ ସମ୍ବଲପୁର ବିଜେପି ପକ୍ଷରୁ ରେଢ଼ାଖୋଲ ଥାନାରେ ଅଭିଯୋଗ କରାଯାଇଛି। ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ନେତୃତ୍ୱରେ ବିଜେପି ନେତା ଓ କର୍ମୀମାନେ ଆସି ଥାନାରେ କେଦାରଙ୍କ ବିରୋଧରେ ଅଭିଯୋଗ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କେଦାର ମିଶ୍ର ଉଦ୍ଦେଶ୍ୟମୂଳକ ଭାବେ ଭୀମଭୋଇଙ୍କ ବିରୋଧରେ ଅରୁଚିକର, ମିଥ୍ୟା ଓ ମହିମା ଧର୍ମକୁ ନୀଚା ଦେଖାଇବା ଭଳି ଲେଖା ଲେଖିଥିବା ଅଭିଯୋଗ ହୋଇଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗକୁ ଜନଆନ୍ଦୋଳନ କରାଯିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି। ଏନେଇ ମାମଲା ରୁଜୁ ହୋଇ ତଦନ୍ତ କରାଯିବ ବୋଲି କହିଛନ୍ତି ରେଢ଼ାଖୋଲ ଥାନା ଅଧିକାରୀ।

ଅନ୍ୟପକ୍ଷରେ ଲେଖକ କେଦାର ମିଶ୍ର ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଲେଖା ସଂପର୍କରେ ଯାହା ସ୍ପଷ୍ଟୀକରଣ ଦେବା କଥା ମୁଁ ୨୦୧୦ ମସିହାରେ ଦେଇସାରିଛି। ଅଧିକ କିଛି ଜାଣିବାର ଥିଲେ ସେହି ଲେଖାର ମୂଳ ଲେଖକ ଓ ସଂପାଦକଙ୍କ ସହ ଯୋଗାଯୋଗ କରାଯାଇପାରେ।

You might also like