ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ ପୋଡ଼ା ଘଟଣାରେ ମାମଲା ରୁଜ୍ଜୁ

ସମ୍ବଲପୁର: ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍ ପୋଡ଼ା ଘଟଣାରେ ଥାନାରେ ମାମଲା ରୁଜ୍ଜୁ ହୋଇଛି। ବୋର୍ଡର ଡେପୁଟି ସେକ୍ରେଟାରୀଙ୍କ ଏତଲା ଭିତ୍ତିରେ ଧନୁପାଲି ଥାନାରେ ମାମଲା ରୁଜୁ କରାଯାଇଛି। ସମ୍ବଲପୁର ସଦର ଏସ୍‌ଡିପିଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି।

ସୂଚନାଅନୁସାରେ ଗତକାଲି ଜେଲ୍ ଛକ ସ୍ଥିତ ବୋର୍ଡ ଅଫିସ୍‌ରେ କେତେଜଣ ଦୁର୍ବୃତ୍ତ ନିଆଁଲଗାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଦେଇଛନ୍ତି। ସେପଟେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ଅଫିସରେ ଅଗ୍ନିକାଣ୍ଡ ସତ୍ତ୍ୱେ ପରୀକ୍ଷା ପରିଚାଳନାରେ ସମସ୍ୟା ହେବନାହିଁ। ଛାତ୍ରଛାତ୍ରୀମାନେ ଯେପରି ପ୍ରଭାବିତ ନ ହେବେ ସେଥିଲାଗି ଧ୍ୟାନ ଦିଆଯିବ।

 

You might also like