ପୁଲିସ୍‌ କମିଶନରଙ୍କ ନାଁରେ ଏତଲା

ଭୁବନେଶ୍ୱର: ଟ୍ୱିନ୍ ସିଟି କମିଶନରଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଅଭିଯୋଗ ହୋଇଛି। ଦୁର୍ବବ୍ୟବହାର ଅଭିଯୋଗ ଆଣି ଥାନାର ଦ୍ୱାରସ୍ତ ହେଲେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ ଆସୋସିଏଏସଏନ୍ ସଭାପତି ଶଶାଙ୍କ ଶେଖର ସାହୁ।

ଗତ ୨୧ ତାରିଖ ଦିନ ଶଶାଙ୍କ ସିପିଙ୍କୁ ଦେଖା କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ରର ସମ୍ପର୍କରେ ଆଲୋଚନା କରିବାକୁ ଚାହିଁଥିଲେ। ତେବେ ସିପି ତାଙ୍କ ସହ ଆଲୋଚନା ନକରି ଦୁର୍ବବ୍ୟହାର କରିବା ସହ ତାଙ୍କୁ ଠେଲିଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶଶାଙ୍କ।

ଅନ୍ୟପଟେ ସିପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣା ଦିନ ସେ ବ୍ୟସ୍ତ ଥିଲେ। ତାଙ୍କ ସହ ଆଲୋଚନା କରିବାକୁ ମନା କରିଥିଲେ। ହେଲେ ଦୁର୍ବବ୍ୟହାର କରିନାହାନ୍ତି ବୋଲି ସ୍ପଷ୍ଟୀକରଣ ରଖିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ।

You might also like