ପୁରୀ: କିଛି ଭକ୍ତ ଚେୟାର ଉପରେ ବସି ମହାପ୍ରସାଦ ସେବନ ଘଟଣାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅବମାନନା ହୋଇଥିବା ଅଭିଯୋଗ ନେଇ ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ପକ୍ଷରୁ ପୁରୀ ସିଂହଦ୍ୱାରା ଥାନାରେ ଏତଲା ଦିଆଯାଇଛି।
ଶ୍ରୀମନ୍ଦିରର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ୨ଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଏହି ଟେଣ୍ଟରେ କେବଳ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା କରାଯାଇଥିବା ବେଳେ ମହାପ୍ରସାଦ ସେବନ ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ।
ହେଲେ କିଛି ଭକ୍ତ ଚେୟାର ଉପରେ ବସି ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ନେଇ ବିଭିନ୍ନ ଆଡ଼ୁ ପ୍ରତିକ୍ରିୟା ପ୍ରକାଶ ପାଇଛି।