କୋଭିଡ ଆଇନ ଉଲ୍ଲଘଂନ କଲେ ମନ୍ତ୍ରୀ, ବିଧାୟକ; ଥାନାରେ ଏତଲା

ପୁରୀ:  ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେହି ମାନୁନାହାନ୍ତି କୋଭିଡ ଗାଇଡ ଲାଇନ। ଏପରିକି ମନ୍ତ୍ରୀ ଓ ବିଧାୟକ ମଧ୍ୟ ମାନୁ ନାହାନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ଆସିଛି କୋଭିଡ୍-୧୯ ଆଇନ୍ ଉଲ୍ଲଂଘନ ଅଭିଯୋଗ । ମନ୍ତ୍ରୀ ସମୀର ଦାଶ ଓ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଥାନାରେ ଏତଲା କରିଛି ପୁରୀର ଶ୍ରୀ ଜଗନ୍ନାଥ ସେନା ।

ଏତଲା ଅନୁସାରେ,  କିଛି ଦିନ ତଳେ ସମୀର ଦାଶ ଓ ଉମାକାନ୍ତ ସାମନ୍ତରାୟ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।ଏହାସତ୍ତ୍ୱେ ଦୁଇ ଜଣ ଗତକାଲି ଦିବଂଗତ ବିଧାୟକ ମହାରଥୀଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ। ଏଥିସହ ଶହ ଶହ ଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ମଧ୍ୟ ସାମିଲ ହୋଇଥିଲେ ।

ଏହାଦ୍ୱାରା ବ୍ୟାପକ ସଂକ୍ରମଣ ଆଶଙ୍କା ରହିଥିବା ଅଭିଯୋଗ କରି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଆଜି ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଛନ୍ତି। ତେବେ ଏହି ଅଭିଯୋଗକୁ ନେଇ ମନ୍ତ୍ରୀ ସମୀର ଦାଶ ଏବଂ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରତିକ୍ରିୟା ମିଳିପାରିନାହଁ।

You might also like