ବାଲେଶ୍ୱର : ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ। ନିଜକୁ ଦୈତାରୀଙ୍କ ପତ୍ନୀ ଦାବି କରୁଥିବା ଲତାରାଣୀ ପଣ୍ଡା ନ୍ୟାୟ ଲାଗି ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ସହ ଲତା ୨ଟି ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ।
ତେବେ ଦୈତାରୀ ପଣ୍ଡା ଅନ୍ୟତ୍ର ରହୁଥିବାରୁ ତାଙ୍କ ସହ ସଂପର୍କ ଛିନ୍ନ କରିଥିବା ସେ ଏତଲାରେ ଲେଖିଛନ୍ତି। ତେଣୁ ନ୍ୟାୟ ଦାବିରେ ସିମୁଳିଅା ଥାନାରେ ସେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଏନେଇ ଦୈତାରୀ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
https://youtu.be/AEVR2r_Gl5Y