ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ଏତଲା

ପୁରୀ: ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଇଛି ପୁରୀର ସଚେତନ ନାଗରିକ ମଞ୍ଚ। ଏସ୍‌ପିଙ୍କ ଜରିଆରେ ଅରଖକୁଦା ଥାନାରେ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି।

ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ପାଇଁ ଏତଲାରେ ଆବେଦନ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଅନ୍ୟ କିଛି ନେତାଙ୍କ ନାଁରେ ବି ମାମଲା ରୁଜୁ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି।

 

You might also like