ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଜଣେ ଯୁବତୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ଶୁଟିଂ ସେଟ୍‌କୁ ଡାକି ପିଣ୍ଟୁ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ନେଇ ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି।

ଏହି ଘଟଣାରେ ପିଣ୍ଟୁଙ୍କ ସମେତ ୩ ଜଣଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି। ପୋଲିସ FIR ଗ୍ରହଣ କରିଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ୩ଜଣ ନୟାପଲ୍ଲୀ ଥାନାକୁ ଆସି ନିଜ ପକ୍ଷ ରଖିବାକୁ ପୋଲିସ୍‌ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଯୁବତୀ ଆଣିଥିବା ଅଭିଯୋଗ ଉପରେ ପିଣ୍ଟୁଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like