୫୦୦ ଲୋକଙ୍କ ନାଁରେ ଥାନାରେ ମାମଲା

ରାଉରକେଲା: ରାଉରକେଲାରେ ଜଣେ ବ୍ୟକ୍ତିଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା ବେଳେ କୋଭିଡ୍ ଗାଇଡ୍‌ଲାଇନର ଉଲ୍ଲଂଘନ କରିଥିବାରୁ ୫୦୦ ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଏତେ ସଂଖ୍ୟାରେ ଲୋକଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ରାଉରକେଲା ଏସ୍‌ପି।

ଏପିଡେମିକ୍ ଧାରା ଅନୁସାରେ ନିୟମ ଉଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି।

ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣ ଲୋକ ଏକାଠି ହେବା ନେଇ ସରକାରଙ୍କ ନିୟମ ରହିଛି। ତେବେ ଗତ ସୋମବାର ରାଉରକେଲା ସହରରେ ଏକ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଏହି ସମୟରେ ସାମାଜିକ ଦୂରତା, ମାସ୍କ ଆଦି ନିୟମ ପାଳନ କରାଯାଇନଥିଲା। ସେପଟେ ପୋଲିସର ନିଷ୍କ୍ରିୟତା ଓ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛି ରାଉରକେଲା ବାର ଆସୋସିଏସନ୍।

 

You might also like